ଯାଜପୁର: ନୂଆଗଡ ଛକରେ ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ଆହତ,ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର
Jajapur, Jajpur | Nov 11, 2025 ନୂଆଗଡ ଛକରେ ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ଆହତ,ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର l ଆଜି ସ୍ଥାନୀୟ ଅଞ୍ଚଳର ଜନୈକ ଯୁବକ ବାଇକରେ ନୂଆଗଡ ଛକ ଆଡେ ଆସୁଥିଲେ l ଏହି ସମୟରେ ଏକ ଅଜଣା ଗାଡି ଦ୍ରୁତ ଗତିରେ ଆସି ବାଇକ କୁ ଧକ୍କା ଦେଇ ଯାଇଥିଲା l ଫଳରେ ଯୁବକ ଜଣଙ୍କ ଖୋପାଡ଼ି ହେଇ ପଡି ଆହତ ହେଇଥିଲେ l ସେପଟେ ଦୁର୍ଘଟଣା ଖବର ପାଇ ଯାଜପୁର ରୋଡ ଅଗ୍ନିଶମ ବିଭାଗ କର୍ମଚାରୀ ପହଂଚି ଆହତ ଯୁବକକୁ ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଆସିଥିଲେ l