ବୈଶିଙ୍ଗା ଥାନା ଅଧୀନ ଗଡ଼ଗଡିଆ ଠାରେ ଚିଟଫଣ୍ଡ କମ୍ପାନୀର ପରିତ୍ୟକ୍ତ ଫ୍ୟାକ୍ଟ୍ରିଜମିରେ ଥିବା ଜଳାଶୟରେ ବୁଡି ଶନିବାର ଜନୈକା ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ବେଳେ ଶନିବାର ଅପରାହ୍ନ ପାଞ୍ଚଟାରେ ମୃତଦେହ ପାଣିରୁ ଉଦ୍ଧାରକରି ତଦନ୍ତ ଆରମ୍ଭକଲା ପୁଲିସ l ମୃତା ବୃଦ୍ଧା ଜଣକ ହେଉଛନ୍ତି ଗଡ଼ଗଡ଼ିଆ ଗ୍ରାମର କାର୍ମି ମାଝୀ l କାର୍ମି କୌଣସି କାରଣରୁ ଉକ୍ତ ଜଳାଶୟ ନିକଟକୁ ଯାଇଥିବା ବେଳେ ପାଣିରେ ବୁଡି ଯାଇଥିଲେ l