ବଡ଼ଗାଁ ଦେବ ମଣ୍ଡପ ଠାରେ ଆଜି ବଡ଼ଗାଁ ବ୍ରାହ୍ମଣ ସମାଜ ପକ୍ଷରୁ ବାର୍ଷିକ ସାଧାରଣ ସଭା ସମାଜ ର ସଭାପତି ପରମାନନ୍ଦ ପାଣିଗ୍ରାହୀ ଙ୍କର ସଭାପତିତ୍ବରେ ଅନୁଷ୍ଠିତ ହୋଇଛି। ଏହି ସଭା ରେ ସମାଜର ରୀତିନୀତି ପରମ୍ପରା ସଂସ୍କୃତି ଚାଲିଚଳନ ବିଷୟରେ ଆଲୋଚନା ହୋଇଥିଲା। ସମାଜ କୁ ଶୃଙ୍ଖଳିତ ରଖିବାକୁ ବରିଷ୍ଠ କାର୍ଯ୍ୟକର୍ତ୍ତା ମାନେ ପରାମର୍ଶ ଦେଇଥିଲେ । ଏହି ବାର୍ଷିକ ସଭା ରେ ସମାଜର ସଂପାଦକ ସୈାରଭ ପଣ୍ଡା,ଉପ ସଭାପତି ସତ୍ୟବାନ ବିଶି, ହରେକୃଷ୍ଣ ପୁରୋହିତ, କୋଷାଧ୍ୟକ୍ଷ ପଦ୍ମଲୋଚନ ପାଣିଗ୍ରାହୀ, ପୁର୍ବତନ ସଭାପତି ଉପାଧ୍ୟକ୍ଷ ପାଣିଗ୍ରାହୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।