କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ଓଡ଼ାସିଂ ପଞ୍ଚାୟତ ଅଧିନ ଧନୁପଡ଼ା ଗ୍ରାମର ପ୍ରଶାନ୍ତ କୁମାର ପରିଜାଙ୍କ ଘରେ ବୁଧବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟିଛି । ଚୁଲିରେ ରୋଷେଇ ହୋଉଥିବା ସମୟରେ ହଠାତ ନିଆଁ ଲାଗି ଯାଇଥିଲା। ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ସହ ଗଚ୍ଛିତ ଧାନ ଓ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ପୋଡି ପାଉଁଶ ହୋଇ ଯାଇଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି ।