ଓଡ଼ିଶାର ଜଳ ଭଣ୍ଡାରରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ମୁଖ୍ୟମନ୍ତ୍ରୀ ମତ୍ସ୍ୟ ଯିବି କଲ୍ୟାଣ ଯୋଜନା ମାଧ୍ୟମରେ ଉନ୍ନତ ମାନର ଅଙ୍ଗୁଳିକା ଯାଆଁଳ ଜଳଭଣ୍ଡାରରେ ଛାଡ଼ିବା କାର୍ଯ୍ୟକ୍ରମ କରାଯାଉଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ସ୍ଥିତ ଗୋହିରା ଜଳ ଭଣ୍ଡାରରେ ଉନ୍ନତ ମାନର ଅଙ୍ଗୁଳିକା ମାଛ ଯାଆଁଳ ଛଡ଼ା ଯାଇଥିଲା। ଏହି ଅବସରରେ ବୀଣାପାଣି ପ୍ରାଥମିକ ମତ୍ସ୍ୟ ସମବାୟ ସମିତିର ସଦସ୍ୟ ମାନଙ୍କୁ ମାଛ ଧରା ବିଷୟରେ ସଚେତନ କରାଯାଇଥିଲା। ଆଜି ଦିନ ୪ ଟାରୁ ସନ୍ଧ୍ୟା ୫.୩୦ ପର୍ଯ୍ୟକ୍ତ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।