କଟକ: ପୂଜା ପୂର୍ବରୁ ମରାମତି ହେବ ସହରର ଖରାପ ରାସ୍ତା, ଜାଣନ୍ତୁ କେବେ ସରିବ କାମ
କଟକ ସହରର ବିପର୍ଯ୍ୟସ୍ତ ରାସ୍ତା ମରାମତି ନେଇ ମେୟର ସୁବାସ ସିଂହଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ପୂର୍ତ୍ତ ବିଭାଗ ଅକ୍ଟୋବର ୧୦ ଓ ମହାନଗର ନିଗମ ଅକ୍ଟୋବର ୧୫ ତାରିଖ ସୁଦ୍ଧା କାମ ଶେଷ କରିବାକୁ ଦେଲେ ପ୍ରତିଶ୍ରୁତି। ପୂଜା ସମୟରେ ସହରବାସୀଙ୍କ ଯାତାୟାତ ସୁଗମ କରିବାକୁ ପ୍ରଶାସନର ପ୍ରୟାସ।