କେନ୍ଦୁଝର ସଦର: ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ନରଣପୁର ସ୍ଥିତ କାର୍ଯ୍ୟାଳୟରେ ବିଜେପି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ, ଯୋଗଦେଲେ ସାଂସଦ ଓ ବିଧାୟକ
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଜନ୍ମଦିନକୁ ଆଜି ବିଜେପି କେନ୍ଦୁଝର ଜିଲ୍ଲା ପକ୍ଷରୁ ନରଣପୁର ସ୍ଥିତ ବିଜେପି କାର୍ଯ୍ୟାଳୟ ରେ ଧୁମ୍ ଧାମରେ ପାଳନ କରାଯାଇଛି।ଏହି ଅବସରରେ ଆଜି ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ ୧୦ ଟା ରୁ ୫ ଟା ପର୍ଯ୍ୟନ୍ତ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଅଛି। ସାଂସଦ ଅନନ୍ତ ନାୟକ, ବିଧାୟକ ଫକୀର ନାଏକ, ବିଧାୟକ ଅଖିଳ ଚନ୍ଦ୍ର ନାଏକ ଇତ୍ୟାଦି ନେତୃବୃନ୍ଦ ଯୋଗ ଦେଇଥିଲେ। ଆଜିର ରକ୍ତଦାନ ଶିବିରରେ ସମୁଦାୟ ୭୩୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ପ୍ରବଳ ଭିଡ଼ ଯୋଗୁଁ ଶତାଧିକ ରକ୍ତଦାତା ରକ୍ତଦାନ କରି ନ ପାରି ନିରାଶ ହୋଇ ଫେରି ଯାଇଥିଲେ।