ଆସିକା: କର୍ପୁର ନୂଆଗାଁ ନିକଟରେ ବାଟୋଇ କୁ ପଛରୁ ଧକାଦେଲା ବାଇକ,ବାଟୋଇ ଗୁରୁତର, ବାଇକ ଚାଳକ ଆହାତ
Asika, Ganjam | Oct 22, 2025 ଗଞ୍ଜାମ ଜିଲ୍ଲା ଆସିକା ଥାନା କର୍ପୁର ନୂଆଗାଁ ଛକ ନିକଟରେ ସଡ଼କ ଦୁର୍ଘଟଣା l ଜଣେ ରାସ୍ତାରେ ଚାଲି ଯାଉଥିବା ବାଟୋଇ କୁ ପଛରୁ ଧକ୍କା ଦେଲା ବାଇକ l ଦୁର୍ଘଟଣା ରେ ବାଟୋଇ କର୍ପୁର ନୂଆଗାଁ ଗ୍ରାମର ନାରାୟଣ ପୋଲାଈ ନାମକ ବ୍ୟକ୍ତି ଗୁରୁତର ହୋଇଥିବା ବେଳେ ବାଇକ ଚାଳକ ଆହାତ ହୋଇଛନ୍ତି l ସୂଚନା ଅନୁସାରେ ଆସିକା ଠାରୁ ଭଞ୍ଜନଗର ଦେଇ ଯାଇଥିବା ଜାତୀୟ ରାଜପଥ ର କର୍ପୁର ନୂଆଗାଁ ଠାରେ ନାରାୟଣ ପୋଲାଈ ଜଳଖିଆ ନେଇ ଘରକୁ ଯିବା ସମୟରେ ଗୋଟିଏ ବାଇକ ତାଙ୍କୁ ପଛରୁ ଧକ୍କା ଦେଇଥିଲା l