ପାଟଣାଗଡ: ରାମପୁର ରେ ଉପଖଣ୍ଡ ସାମ୍ବାଦିକ ସଂଘ ର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ
ରାମପୁର ଶ୍ରୀ କାନ୍ତ ପାତ୍ର ଆମ୍ବ ବଗିଚାରେ ଶୁକ୍ରବାର ଅପରାହ୍ନରେ ଉପ ଖଣ୍ଡ ସାମ୍ବାଦିକ ସଂଘ ର ସାଧାରଣ ପରିଷଦର ବୈଠକ ଅନୁଷ୍ଠିତ ହୋଇଥିଲା ।ଏଥିରେ କର୍ମକର୍ତ୍ତା ନିର୍ବାଚନକରାଯାଇଥିଲା ।ସର୍ଵ ସମ୍ମତି ରେ ପ୍ରହଲ୍ଲାଦ ପାଢ଼ୀ ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।ଶ୍ରୀ ସଦାଶିବ ସରାଫ ସାଧାରଣ ସମ୍ପାଦକ ଭାବରେ ମନୋନୀତ ହୋଇଥିଲେ ।ତିନି ଜଣ ଉପସଭାପତି, ଜଣେ ସହ ସମ୍ପାଦକ ଏବଂ କୋଷାଧ୍ୟକ୍ଷ ସମେତ ୬ଟି କାର୍ଯ୍ୟ କାରୀ ସଦସ୍ୟ ମଧ୍ୟ ମନୋନୀତ କରାଯାଇଥିଲା ।ସାମ୍ବାଦିକ ଲକ୍ଷ୍ମୀ କାନ୍ତ ମିଶ୍ର ନିର୍ବାଚନ ପରିଚାଳନା କରିଥିଲେ