କେନ୍ଦୁଝର ଜିଲ୍ଲା କୁଡୁମି ଔଷଧ ଦୋକାନୀ ମାନଙ୍କ ବାର୍ଷିକ ସମାରୋହ ରଘୁନାଥପୁର କାନିଝାରୀ ଡ୍ୟାମ ଠାରେ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମ ରେ ଓଡ଼ିଶା କୁଡୁମି ସେନା ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଜାତି ପାଇଁ କିଛି ତ୍ୟାଗ କରିବା ସହ ସଂସ୍କୃତି କୁ ବଞ୍ଚାଇ ରଖିବା ପାଇଁ ଆହ୍ୱାନ ଦେଇଥିଲେ।କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ କେନ୍ଦୁଝର ଓଷ୍ଟା ଶିକ୍ଷକ ସଂଘ ସଭାପତି ମନ୍ମଥ ମହାନ୍ତ ଯୋଗ ଦେଇଥିଲେ।