ବୌଦ୍ଧ ସଦର: ରାଇପୁର ଗ୍ରାମର ନାଗ ବାଚା ପୀଠରେ ବାର୍ଷିକ ନାଗବାଚା ପୂଜା ଅନୁଷ୍ଠିତ, ଯୋଗଦେଲେ ଶତାଧିକ ଶ୍ରଦ୍ଧାଳୁ
ମଙ୍ଗଳବାର ଦିନ ହରଭଙ୍ଗା ବ୍ଲକ ରାଧାନଗର୍ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାଇପୁର ଗ୍ରାମରେ ଥିବା ନାଗବାଚା ପୀଠରେ ବାର୍ଷିକ ନାଗବାଚା ପୂଜା ଅନୁଷ୍ଠିତ ହୋଇ ଯାଇଛି l ରାଇପୁର ତଥା ଆଖ ପାଖ ଅଞ୍ଚଳର ନାଗବାଚା ସମ୍ପ୍ରଦାୟର ବ୍ୟକ୍ତି ଓ ଶ୍ରଦ୍ଧାଳୁ ମାନେ ଯୋଗ ଦେଇ ନାଗବାଚାଙ୍କ ବାର୍ଷିକ ପୂଜା ପାରମ୍ପରିକ ରୀତିନୀତି ଅନୁଯାୟୀ କରିଥିଲେ | ଦେବୀଙ୍କ ନିକଟରେ ପୂଜାଅର୍ଚ୍ଚନା ସରିବା ପରେ ଶ୍ରଦ୍ଧାଳୁ ମାନଙ୍କୁ ସାପ ବିଛା ଆଦି ବିଷଧର ଜୀବଙ୍କ କାମୁଡ଼ାରୁ ପ୍ରତିଷେଧକ ଔଷଧ ବଣ୍ଟନ କରା ଯାଇଥିଲା l