ପାଟଣାଗଡ: ବ୍ଳକ ସମ୍ମିଳନୀ କକ୍ଷରେ ଜଳ ସରଂକ୍ଷଣ ଓ ପରିଚାଳନା ସମ୍ବନ୍ଦିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ସ୍ଥାନୀୟବ୍ଲକ ସମ୍ମିଳନୀ କକ୍ଷ ରେ ପାଟଣାଗଡ଼ ବ୍ଲକ ର ସମସ୍ତ ସରପଞ୍ଚ, ସମିତି ସଭ୍ୟ, କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ନେଇ ଜଳ ସରଂକ୍ଷଣ ଓ ପରିଚାଳନା ସମ୍ବନ୍ଦିତ ପ୍ରଶିକ୍ଷଣ ଶିବିର ଶନିବାର ଅପରାହ୍ନ ୪ଟା ରେଅନୁଷ୍ଠିତ ହୋଇ ଯାଇଛି। ପାଟଣାଗଡ଼ ବିଡ଼ିଓ ଙ୍କ ଅଧକ୍ଷତା ରେ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲା ରୁ ପ୍ରଶିକ୍ଷକ ମାନେ ଆସି ଜଳ ର ସୁବିନିଯୋଗ କିପରି କରାଯାଇ ପାରିବ ସେ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ।