ରବିବାର ପୁରୁଣା କଟକ ଥାନା ମାର୍ଦ୍ଦିଙ୍ଗ ନିକଟରେ ବାଇକକୁ ଏକ ଟ୍ରକ ଧକ୍କା ଦେବା ଫଳରେ ବାଇକ ଆରୋହୀ ପତ୍ନୀଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ସ୍ବାମୀ ଆହତ ହୋଇଛନ୍ତି l ମିଳିଥିବା ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ଚକାପାଦ ଥାନା ବ୍ରାମ୍ହଣପାଦ ଗ୍ରାମର ଏକ ଦମ୍ପତ୍ତି ବାଇକ ଯୋଗେ ପୁରୁଣା କଟକ ଆଡକୁ ଆସୁଥିବା ବେଳେ ସମାନ ଦିଗରୁ ଆସୁଥିବା ଏକ ଟ୍ରକ ପଛରୁ ଧକ୍କା ଦେଇ ଚାଲି ଯାଇଥିଲା l ଟ୍ରକକୁ ସ୍ଥାନୀୟ ଲୋକେ ହରେକୃଷ୍ଣ ପୁର ଗ୍ରାମ ନିକଟରେ ସ୍ଥାନୀୟ ଲୋକେ ଅଟକ ରଖିଥିବା ସୂଚନା ମିଳିଛି |