କଙ୍କୀଳି ରାଧାକୃଷ୍ଣ ଜୀଉ ବିଦ୍ୟାପୀଠ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ। ଯୋଗଦେଲେ ବିଧାୟକ ପରଜଙ୍ଗ ବ୍ଲକ କଙ୍କଳି ରାଧାକୃଷ୍ଣ ଜୀଉ ବିଦ୍ୟାପୀଠ ପରିସରରେ ମାଆ ପାଇଁ ଗଛ ଟିଏ ମେରୀ ଲାଇଫ ଜରିଆରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କନସେପ୍ଟକୁ ପାଥେୟ କରି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରବିବାର ସକାଳ ୧୧ଟାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ବିଭୂତି ଭୂଷଣ ପ୍ରଧାନ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବନ ଅଧିକାରୀଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ଓ ଅନ୍ୟ ମାନେ ଉପସ୍ଥିତ ଥିଲେ।