ଆଜି ନଭେମ୍ୱର 6 ତାରିଖ ଗୁରୁବାର ରାତି 8:30 ପାଖାପାଖି ସମୟରେ ଅଭିଯୁକ୍ତ ସୁଶାନ୍ତ ବାଗକୁ ଗିରଫ କରିଛନ୍ତି। ଅଭିଯୁକ୍ତ କୌଣସି ଏକ ଅଘଟଣ ଘଟାଇବା ନେଇ ବନ୍ଧୁକ ଧରି ଯାଉଥିବା ବେଳେ ଧରୁଆ ଡିହି ଆଇ ଆଇ ସି ସୌଦାମିନୀ ନାଗ କୌଣସି ସୂତ୍ରରୁ ଖବର ପାଇ ତାକୁ କାବୁ କରିଥିଲେ । ତେବେ ଅଭିଯୁକ୍ତକୁ ଧରୁଆ ଡିହି ପୋଲିସ ଗିରଫ କରି ଥାନାକୁ ନେବା ସହ ଅଧିକ ପଚରା ଉଚରା କରୁଥିବା କଥା ଜଣା ପଡିଛି।