ଆସିକା: କଲେଜ ଛକ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା,ଜଣେ ଗୁରୁତର
Asika, Ganjam | Nov 9, 2025 ଗଞ୍ଜାମ ଜିଲ୍ଲା କୋଟିନଡା ଥାନା କଲେଜ ଛକ ଗଡ଼ାଣି ରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି l ଦୁର୍ଘଟଣା ରେ ଜଣେ ବାଇକ ଚାଳକ ଗୁରୁତର ହୋଇଛନ୍ତି l ଗୁରୁତର ଙ୍କ ସୂଚନା ମିଳିପାରିନାହିଁ l ଖବର ଅନୁସାରେ କଲେଜ ଛକରୁ ଆସିକା ଅଭିମୁଖେ ଆସୁଥିବା ଗୋଟିଏ ବାଇକ ସହ ବିପରୀତ ଦିଗରୁ ଆସୁଥିବା ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା l ଦୁର୍ଘଟଣା ରେ ଗୋଟିଏ ବାଇକ ର ଚାଳକ ରାସ୍ତା ଉପରେ କଚାଡି ହୋଇ ପଡିବା ସହ ଗୁରୁତର ହୋଇଥିଲେ l