ବିଞ୍ଝାରପୁର: ତାଉନ୍ତରା ଛକ ନିକଟରେ ଆମ୍ବୁଲାନ୍ସ ଦୁର୍ଘଟଣାରେ ରୋଗୀ ମୃତ, ୪ ଗୁରୁତର
ବିଳମ୍ୱିତ ରାତ୍ର ରେ ଏକ ଘରୋଇ ଆମ୍ବୁଲାନ୍ସ ଦୁର୍ଘଟଣାରେ ରୋଗୀ ମୃତ ଚାରି ଜଣ ଗୁରୁତର। ଯାଜପୁର ଜିଲା ବିଞ୍ଝାରପୁର ଥାନା ତାଉନ୍ତରା ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ମୃତ ରୋଗୀ ହେଲେ ବିଞ୍ଝାରପୁର ବ୍ଲକ ଟିଣା ପଞ୍ଚାୟତର ଆନନ୍ଦ ଜେନା। ଆନନ୍ଦ କଟକ ମେଡ଼ିକାଲ ରୁ ଚିକିଶ୍ଚିତ ହୋଇ ଘରକୁ ଫେରୁଥିଲେ। ଫେରିବା ସମୟରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ ।