କଟକ ପୌରାଞ୍ଚଳ: କଟକ ଭସାଣରେ ଅବ୍ୟବସ୍ଥା: ଶୋଭାଯାତ୍ରାରୁ ଓହରିଲେ 7 ପୂଜା କମିଟି
କଟକ ଦୁର୍ଗାପୂଜା ଭସାଣ ଶୋଭାଯାତ୍ରାରେ ଟ୍ରାଫିକ୍ ଓ ପରିଚାଳନାଗତ ଅବ୍ୟବସ୍ଥା ଯୋଗୁଁ ୭ଟି ପୂଜା କମିଟି ଶୋଭାଯାତ୍ରାରୁ ଓହରିଛନ୍ତି। ୯ ଘଣ୍ଟା ଧରି ମେଢ଼ ଅଟକିବା ଘଟଣା ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।