ଅମ୍ବାଭୋନା: ପ୍ରକାଶପୁର ଠାରେ ଆଜି ବାରପାହାଡ କୃଷକ ସଂଗଠନ ର ସଭାପତି, ପ୍ରତିନିଧି ତଥା ଚାଷୀ ମାନଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ
ଆଜି ଅପରାହ୍ନ ୪ ଟା ସମୟରେ ଅମ୍ବାଭୋନା ବ୍ଳକ ପ୍ରକାଶପୁର ଠାରେ ବାରପାହାଡ କୃଷକ ସଂଗଠନ ର ସଭାପତି ପ୍ରତିନିଧି ତଥା ଚାଷୀ ଭାଇ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ବୋର୍ ମାନଙ୍କରେ ଲାଗିଥିବା ସ୍ମାର୍ଟ ମିଟର ତଥା ଅତ୍ୟଧିକ ବିଲ୍ ସଂପର୍କରେ ଆଲୋଚନା ହୋଇ ଏହାର ସମାଧାନ ପାଇଁ ଆସନ୍ତା ୧୫ ତାରିଖ ମଧ୍ୟରେ ବ୍ଳକର ସମସ୍ତ ଗ୍ରାମ ର ବୋର୍ ଥିବା ଚାଷୀ ମାନଙ୍କୁ ନେଇ ଏକ ସାଧାରଣ ବୈଠକ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଗଲା।