ଗୁରୁବାର ଦିନ ବୌଦ୍ଧ ସହର ସଂଲଗ୍ନ ଟୁଟୁସିଙ୍ଗା ମହାନଦୀ ବ୍ରିଜ ଛକର ଉଠା ଦୋକାନୀ ମାନଙ୍କୁ ବୌଦ୍ଧ ଏନଏସି ହଟାଉ ଥିବାର ପ୍ରତିବାଦରେ ବିଧାୟକ ଓ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦୋକାନୀ l ଉକ୍ତ ସ୍ଥାନରୁ ଦୋକାନ ହଟାଇବା ପାଇଁ ବୌଦ୍ଧ ଏନଏସି ଉଠା ଦୋକାନୀ ମାନଙ୍କୁ ନୋଟିସ୍ ଦେଇଥିବା ଯୋଗୁଁ ସେମାନେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଓ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକଙ୍କ ଦ୍ୱାରସ୍ଥ ହୋଇଥିଲେ |