ଖଲ୍ଲିକୋଟ ଥାନା ଅନ୍ତର୍ଗତ କାନ୍ଦିଗାଁ ଗ୍ରାମ ନିକଟରେ ଆଜି ଏକ ବାଇକ ଦୁର୍ଘଟଣା ଘଟି ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ ସାଢ଼େ ୪ ଟା ସମୟରେ ଏକ ବାଇକ ରେ ଜଣେ ଯୁବକ ସୁମଣ୍ଡଳ ଅଭିମୁଖେ ଯାଉଥିବା ସମୟରେ ହଠାତ କାନ୍ଦିଗାଁ ଗ୍ରାମ ନିକଟରେ ବାଇକ ଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଯାହା ଫଳରେ ବାଇକ ରୁ ତଳେ ପଡ଼ି ଯୁବକ ଜଣଙ୍କ ଗୁରୁତର ଆହତ ହୋଇଥିଲେ ।