ଦେବଗଡ଼ ଅଞ୍ଚଳ ରୁ ସମ୍ବଲପୁରକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଜମନକିରା ଜାତୀୟ ରାଜପଥ ସ୍ଥିତ ଚେପଟଆମ ତାଙ୍କ ପୋଲିସ ପକ୍ଷରୁ ଚଢ଼ାଉ କରି ୪ ଜଣକୁ ଗିରଫ କରାଯାଇଥିବା ଜଣାପଡିଛି। ଏନେଇ ଜମନକିରା ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଯାଞ୍ଚ ସମୟରେ ଉକ୍ତ କାର ରୁ ୨ ଟି ବ୍ୟାଗ୍ ରେ ଥିବା ୨୫ କେଜି ୪୫୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି। ଗିରଫ ୪ ଜଣ ଅଭିଯୁକ୍ତଙ୍କୁ ରବିବାର ଦିନ କୁଚିଣ୍ଡା କୋର୍ଟକୁ ଚାଲାଣ କରାଯାଇଛି।