ଯାଜପୁର: ପାଣିକୋଇଲି ସ୍ଥିତ ରିଜର୍ଭ ପୋଲିସ ପଡିଆରେ ଜିଲ୍ଲା ଶହୀଦ ଦିବସ ପାଳିତ ହୋଇଛି
Jajapur, Jajpur | Oct 21, 2025 ପାଣିକୋଇଲି ସ୍ଥିତ ରିଜର୍ଭ ପୋଲିସ ପଡିଆରେ ଜିଲ୍ଲା ଶହୀଦ ଦିବସ ପାଳିତ ହୋଇଛି । ଏଥିରେ ଯାଜପୁର ଏସପି ୟଶପ୍ରତାପ ଶ୍ରୀମଲ୍ଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ ଶହୀଦ ମାନଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇ ଭାରତର ୪୧୪ ଜଣ ଶହୀଦଙ୍କ ନାମ ପାଠ କରିଥିଲେ ।ପୋଲିସର ତ୍ୟାଗ ପାଇଁ ସମସ୍ତେ ଶାନ୍ତିରେ ନିଶ୍ବାସ ନେଉଛନ୍ତି ବୋଲି ଏସପି ଏହି ଅବସରରେ ପ୍ରକାଶ କରିଛନ୍ତି । ସେଥିପାଇଁ ଶହୀଦ ପରିବାରକୁ ସମ୍ମାନ ମିଳିବା ଆବଶ୍ୟକ ବୋଲି ମତ ଦେଇଥିଲେ ।