👉 #ମନରେଗା ଓ ସମଗ୍ର ଶିକ୍ଷା ଅଭିଯାନ ର ବ୍ଲକ ସ୍ତରୀୟ #ଜନଶୁଣାଣୀ_ଶିବିର
ଗାଇସିଲେଟ ପଂଚାୟତ ସମିତି କାର୍ଯ୍ୟାଳୟ ସମ୍ବିଳନୀ କକ୍ଷ ରେ ମନରେଗା ଓ ସମଗ୍ର ଶିକ୍ଷା ଅଭିଯାନ ର ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବିର ପଦ୍ମପୁର ଏଡିମ ସରୋଜିନୀ ପ୍ରସନ୍ନା କୁଲୁ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଗାଇସିଲେଟ ଏବିଡ଼ିଓ ଭୀଷ୍ମ ମାଝୀ ସମସ୍ତ ଙ୍କୁ ସ୍ୱାଗତ କରିଥିଲେ l କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ସାମାଜିକ ସମୀକ୍ଷକ ଆନନ୍ଦ ପଧାନ, ଗୋଷ୍ଟି ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ମାଝୀ, ପଂଚାୟତ ସମିତି ଅଧକ୍ଷ ପ୍ରଣୟ କୁମାର ସାହୁ, ଏଇ କୈଳାଶ ମେହେର, ଏବିଇଓ ଘାସିରାମ ଭୋଇ, ଏପିଓ କେତନ ପଧାନ, ବ୍ଲକ ସାମାଜିକ ସମୀକ୍ଷକ ଉମାକାନ୍ତ ସାହୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ସିଆରସିସି ସମସ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଏଡିଇଓ, ଭିଆରପି, ସମସ୍ତ କାର୍ଯ୍ୟ ପତ୍ର ଧାରୀ ଯୋଗ ଦେଇ ଥିଲେ l ବରଗଡ଼ ଜ଼ିଲ୍ଲା ସାମାଜିକ ସମୀକ୍ଷା ଅଧିକାରୀ ବରଗଡ଼ ଆନନ୍ଦ ପଧାନ ସରକାରୀ ଯୋଜନା ର ସ୍ୱଚ୍ଛତା ତଥା ଗୁଣାତ୍ମକ କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ l ବିଦ୍ୟାଳୟ ର ଭୀର୍ତିଭୂମି, ମୌଳିକ ସୁବିଧା, ଚାଲିଥିବା ବିକାଶ ମୂଳକ କାର୍ଯ୍ୟ ଏବଂ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଏବଂ ବିଭିନ୍ନ ସମସ୍ୟା ମଧ୍ୟରେ ସ୍କୁଲ କୋଠା, ଖେଳ ପଡିଆ, ଶୌଚାଳୟ, ପିଇବା ପାଣି ସମ୍ପର୍କରେ ଅବଗତ କରିଥିଲେ l ବିଦ୍ୟାଳୟ ରେ ଆବଶ୍ୟକ ଭୀର୍ତିଭୂମି ର ବିକାଶ, ମନରେଗା ଯୋଜନାର ସମନୟ ର କାର୍ଯ୍ୟ ସମ୍ପାଦନ ଓ ସମଗ୍ର ଶିକ୍ଷା ଅଭିଯାନ ର ଥିବା ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା l ଉପସ୍ଥିତ ଅଧିକାରୀ ମନେ ଅଭିଯୋଗ ଓ ପ୍ରସ୍ତାବ ଗୁଡିକ ର ସମୀକ୍ଷା କରି ଯଥା ସମ୍ଭବ ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସମ୍ପୃକ୍ତ ବିଭାଗ ଗୁଡିକୁ ପରାମର୍ଶ ଦେଇଥିଲେ l ଜନଶୁଣାଣୀ ମାଧ୍ୟମରେ ସରକାରୀ ଯୋଜନାର ସ୍ଵଚ୍ଚ ରୂପାୟନ ସହ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ଏକ ଫଳ ପ୍ରଦ ଆଲୋଚନା ମଞ୍ଚ ସୃଷ୍ଟି ହୋଇଥିଲା l ଶେଷରେ ଏପିଓ କେତନ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ
#PadampurTv
#everyonefollowers
#dmbargarh
Bargarh, Bargarh (Baragarh) | Jul 19, 2026