ବଡସାହି: ବୈଶିଙ୍ଗା ବିଦ୍ୟୁତସେକ୍ସନର ଅପଗ୍ରେଡେସନପାଇଁ ବୈଶିଙ୍ଗା,କଳାମା,ଗଡଦେଉଳିଆ,ଅଁଳା,ତୋଟାପଡା ଇଲାକାରେ ପର୍ଯ୍ୟାୟକ୍ରମେ ୧୦ଦିନ ବିଦ୍ୟୁତକାଟ ଘୋଷଣା
ବୈଶିଙ୍ଗା ବିଦ୍ୟୁତ ସେକ୍ସନ ଅଧୀନ ବୈଶିଙ୍ଗା ବଜାର ସମେତ ଦାରିହା, ପାଟଳିପୁରା, ହାତୀପତୁକା ଗଡ଼ଦେଉଳିଆ, କଳମା, କାନ୍ଥି, ମହେଶପୁର, ଉଲିପୁର, ଟିକାୟତପୁର, ପୁରୁଣିଆ, କେଶୁରା, ବଙ୍ଗାଳିଡାହି, ବାଛୁରୀପଡା, ପଣଶିଆ, ଅଁଳା, ହରିପୁର, ତୋଟାପଡା, ପାଇକସାହି, ମଗୁଶୁରିଆ, ମେରଦା, ଯୁଗୁପୁରା ପ୍ରଭୃତି ଇଲାକା ମାନଙ୍କରେ ଡିସେମ୍ବରମାସ ୯ତାରିଖ ଠାରୁ ଜାନୁଆରୀ ମାସ ୧୨ତାରିଖ ମଧ୍ୟରେ ଦଶଦିନ ୬ଘଣ୍ଟା ଲେଖାଏଁ ବିଦ୍ୟୁତକାଟ ହେବ l