ଚମ୍ପୁଆ: ବଡବିଲ ପୁରୁଣା ବସଷ୍ଟାଣ୍ଡର ଯାତ୍ରୀ ପ୍ରତିକ୍ଷାଳୟ ନିରୀକ୍ଷଣ କଲେ ପୌର ନିର୍ବାହୀ ଅଧିକାରୀ
ବଡବିଲ ସହରର ପୁରୁଣା ବସଷ୍ଟାଣ୍ଡରେ ଥିବା ଯାତ୍ରୀ ପ୍ରତିକ୍ଷାଳୟ ଅସାଧୁ ବ୍ୟକ୍ତିମାନଙ୍କ ଆଡ୍ଡା ହୋଇ ସାରିଥିବା ବେଳେ ଯାତ୍ରୀ ମାନେ ନିଜକୁ ସୁରକ୍ଷିତ ମଣୁ ନଥିଲେ। ଏହା ବ୍ୟତୀତ ତାହା ଅପରିଷ୍କାର ହୋଇ ରହିଥିଲା। ଏନେଇ ଅଭିଯୋଗ ପାଇବା ପରେ ଆଜି ବଡବିଲ ପୌର ନିର୍ବାହୀ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ ଓ ପରିମଳ ନିରୀକ୍ଷକ ଶ୍ରୀ କାଳୀ ପ୍ରସାଦ ମହାନ୍ତ ପ୍ରମୁଖ ବସଷ୍ଟାଣ୍ଡ ପହଞ୍ଚି ଯାତ୍ରୀ ପ୍ରତିକ୍ଷାଳୟ ନିରୀକ୍ଷଣ କରିଛନ୍ତି।