ବଡସାହି: ଟଙ୍ଗାଶୋଳ ଗାଁରେ ବାପାକୁ ବାଉଁଶଠେଙ୍ଗାରେ ପିଟିପିଟି ହତ୍ୟାକରିବା ଘଟଣାରେ ଅଭିଯୁକ୍ତ ହତ୍ୟାକାରୀ ପୁଅକୁ ଗିରଫକଲା ବଡସାହି ପୁଲିସ, ତଦନ୍ତ ଜାରି
ବଡ଼ସାହି ଥାନା ଅଧୀନ ଟଙ୍ଗାଶୋଳ ଗ୍ରାମରେ ବୃଦ୍ଧ ବାପାଙ୍କୁ ନିସ୍ତୁକ ମାଡ଼ ମାରି ନିର୍ମମଭାବେ ହତ୍ୟାକରିବା ଘଟଣାରେ ବୁଧବାର ଅପରାହ୍ନ ଦୁଇଟାରେ ଅଭିଯୁକ୍ତ ହତ୍ୟାକାରୀ ପୁଅକୁ ଗିରଫ କରିବା ସହିତ ତଦନ୍ତ ଆରମ୍ଭ କରିଛି l ମୃତକ ଜଣକ ହେଉଛନ୍ତି ଟଙ୍ଗଶୋଳ ଗ୍ରାମର ଦାଶରଥି ମୁର୍ମୁଙ୍କ ୫୫ବର୍ଷୀୟ ପୁଅ ରଘୁନାଥ ମୁର୍ମୁ l ମଙ୍ଗଳବାର ରାତିରେ ମଦପିଇ ଗାଳିବାକୁ ନେଇ ଅଭିଯୁକ୍ତ ହତ୍ୟାକାରୀ ପୁଅ ବୁଢାନ ବାପା ରଘୁନାଥଙ୍କୁ ନିସ୍ତୁକ ପିଟିଥିଲା l