ଚାନ୍ଦବାଲି ଏନଏସି ଶିଶୁ ମନ୍ଦିର ନିକଟରେ ଶୁକ୍ରବାର ପୂର୍ବାହ୍ନରେ ଜଣେ ଯୁବକ ବିଷପାନ କରି ଗୁରୁତର ହେବାରୁ ତାଙ୍କୁ ଉଦ୍ଧାର କରି ଚାନ୍ଦବାଲି ମେଡିକାଲରେ ଭର୍ତ୍ତି କରିଥିଲେ l ପରେ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି l ଗୁରୁତର ଯୁବକଙ୍କ ଘର ହେଉଛି ଦିଗଛିଆ ଇଟୁଆ ଗାଁର ମୁରଲୀଧର ବାରିକଙ୍କ ପୁଅ ଯାଟାଳୀ ବାରିକ l ଯୁବକ ଜଣକ ପାରିବାରିକ କଳହରୁ ବିଷପାନ କରିଥିବା ନେଇ ସୂଚନା ମିଳିଛି l