୧୮ନଂ ଜାତୀୟରାଜପଥ ହାତୀଝୁରି ଢ଼ାବା ନିକଟରେ ରବିବାର ରାତି ୧୧ଟାରେ ଏକ ସଡକ ଦୁର୍ଘଟଣାରେ ଜନୈକ ଦ୍ରୁତଗାମୀ ବାଇକ ଚାଳକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି l ମୃତକ ଜଣକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ରୁପ୍ସା ଉପକଣ୍ଠ ଦରକଳି ଗାଁର ଶାନ୍ତନୁ ସିଂ l ଶାନ୍ତନୁ ନିଜର ଓଡି-୧୧ଏସି -୭୬୦୧ନମ୍ବର ବିଶିଷ୍ଟ ବାଇକଯୋଗେ ଯାଉଥିବା ବେଳେ ହାତୀଝୁରି ଢ଼ାବା ନିକଟରେ ଭାରସାମ୍ୟ ହରାଇ ଏନଏଲ -୦୧ଏସି -୦୨୭୫/୭୬ନମ୍ବର ବିଶିଷ୍ଟ ଟ୍ରଲର ପଛରେ ପିଟିହୋଇ ଯାଇଥିଲେ l