ବେତନଟୀ ଥାନା ଅଧୀନ ୧୮ନଂ ଜାତୀୟରାଜପଥ କାଠପାଳ ସ୍ପିନିଂମିଲ ଛକରେ ରବିବାର ରାତି ସାଢେ ୯ଟାରେ ଏକ ବାଇକ ଦୁର୍ଘଟଣାରେ ବାଇକ ଚାଳକ ଜଣକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଉଦ୍ଧାରକରି ବାରିପଦା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l ସୂଚନା ମୁତାବକ ଜନୈକ ବାଇକ ଚାଳକ ବାରିପଦାରୁ ବେତନଟୀ ଅଭିମୁଖେ ଆସୁଥିବା ବେଳେ ଏକ ଅଜଣାଗାଡି ତାଙ୍କୁ ଧକ୍କାଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା l