ଦୀର୍ଘଦିନ ଧରି ଧର୍ମଗଡ ସହର ର ମୁଖ୍ୟ ରାସ୍ତା କୁ ଅନେକ ବ୍ୟକ୍ତି ଜବରଦଖଲ କରି ଆସୁଛନ୍ତି।ଜବରଦଖଲ ଯୋଗୁ ରାସ୍ତାର ସମ୍ପ୍ରସାରଣ ରେ ବ୍ୟାଘାତ ଦେଖାଦେଇଛି। ଅନେକ ସମୟରେ ଯାନବାହାନ ଜାମ ହେଲା ଭଳି ପରିସ୍ଥିତି ଉପୁଜିଥିବା ବେଳେ ଟ ଅନେକ ଦୁର୍ଘଟଣା ଘଟିଥିବା ନଜିର ରହିଛି। ଧର୍ମଗଡ ଏନଏସି ଏନେଇ କଡା ପଦକ୍ଷେପ ଗ୍ରହଣ କରିଛି।ବୁଧବାର ଦିନ ଜବରଦଖଲ ଉଚ୍ଛେଦ କରିଛି।ଚାରିଛକ ଠାରୁ ତିନି ଛକ ପର୍ଯ୍ୟନ୍ତ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଥିଲା।