ଶନିବାର ଦିନ ବ୍ରାମ୍ହଣୀପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବକପାଲି ଗ୍ରାମ ନିକଟ ଜଙ୍ଗଲରୁ ବ୍ୟାପକ ଗଞ୍ଜେଇ ଚାଷ ନଷ୍ଟ କରିଛି ବୌଦ୍ଧ ପୋଲିସ l ମିଳିଥିବା ସୂଚନା ଅନୁଯାୟୀ ବକପାଲି ନିକଟ ଜଙ୍ଗଲରେ ବେଆଇନ୍ ଗଞ୍ଜେଇ ଚାଷ ହୋଇଥିବା ଖବର ପାଇ ଆଜି ସକାଳ 8 ଘଣ୍ଟା ସମୟରେ ଉପଖଣ୍ଡ ପୋଲିସ ଅଧିକାରୀ ଲରେନ୍ସ ରାଉତରାୟଙ୍କ ନେତୃତ୍ବରେ ବୌଦ୍ଧ ପୋଲିସ ପକ୍ଷରୁ ଚଢାଉ କରା ଯାଇଥିଲା l ଉକ୍ତ ଅଞ୍ଚଳରେ ହୋଇଥିବl ବ୍ୟାପକ ଗଞ୍ଜେଇ ଗଛକୁ କାଟି ପୋଡି ନଷ୍ଟ କରା ଯାଇଥିଲା l