ରାସଗୋବିନ୍ଦପୁର: ଦାନ୍ତିଆମୁହାଁ ଉପକଣ୍ଠ ମୁଖିସାହି ଠାରେ ଚଢାଉକରି ବିପୁଳ ପରିମାଣର ମୂଲ୍ୟବାନ ଶାଳଗଣ୍ଡି ଜବତକଲା ବନବିଭାଗ, ମାମଲା ରୁଜୁପରେ ତଦନ୍ତ ଆରମ୍ଭ
ମୋରଡା ନିର୍ବାଚନ ମଣ୍ଡଳୀ ତଥା ମୋରଡା ବ୍ଲକଅନ୍ତର୍ଗତ ଦାନ୍ତିଆମୁହାଁ ପଞ୍ଚାୟତ ଅଧୀନ ମୁଖୀସାହି ଠାରେ ଚଢ଼ାଉକରି ବିପୁଳ ପରିମାଣର ମୂଲ୍ୟବାନ ଶାଳଗଣ୍ଡି ଜବତ ଘଟଣାରେ ମଙ୍ଗଳବାର ଅପରାହ୍ନ ଚାରିଟାରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି l ଦାନ୍ତିଆମୁହାଁ ଉପକଣ୍ଠ ମୁଖୀସାହି ଠାରେ ଚୋରାଚାଲାଣ ନିମନ୍ତେ ରାସ୍ତାପାର୍ଶ୍ଵରେ ବିପୁଳ ପରିମାଣର ମୂଲ୍ୟବାନ ଶାଳଗଣ୍ଡି ଗଛିତ ରଖଯାଇଥିବା ବାବଦରେ ଖବରପାଇ ବନବିଭାଗ ଚଢ଼ାଉ କରିଥିଲା l