ମାହାଙ୍ଗା: ଲଳିତଗିରି ଗ୍ରାମରେ ବାପାର କଟୁରୀ ଚୋଟରେ ପୁଅ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର
ଆଜି ଅପରାହ୍ନରେ ଲଳିତଗିରି ଗ୍ରାମରେ ବାପାର କଟୁରୀ ଚୋଟରେ ପୁଅ ଗୁରୁତର ହୋଇ ଆମ୍ବୁଲାନ୍ସ ଯୋଗେ କଟକ ସ୍ଥାନାନ୍ତର ହୋଇଛି। ଘରୋଇ କଳିରୁ ବାପା କ୍ଷୀର ବେହେରା ପୁଅ ଅଜିତକୁ କଟୁରୀରେ ମରଣାନ୍ତକ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ବାପା କ୍ଷୀର ବେହେରାଙ୍କୁ ଗିରଫ କରି ଥାନାରେ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି।