ଯାଜପୁର: ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ନବରାତ୍ର ପୂଜା,ପ୍ରଥମ ଦିନରେ ମାଙ୍କୁ ମୁଖ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ
Jajapur, Jajpur | Sep 22, 2025 ଆରମ୍ଭ ହୋଇଯାଇଛି ବିଭିନ୍ନ ଶକ୍ତିପୀଠରେ ନବରାତ୍ର ପୂଜା । ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ନବରାତ୍ର ପୂଜା,ପ୍ରଥମ ଦିନରେ ମାଙ୍କୁ ସିଂହାସନରେ ପାଦ ସ୍ପର୍ଶ ମୁଖ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ମାଙ୍କ ପାଦ ସ୍ପର୍ଶ ମୁଖ ଦର୍ଶନ ପାଇଁ ମନ୍ଦୀର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ମାଙ୍କ ନବଦିନାତ୍ମକ ପୂଜାରେ ସ୍ୱତନ୍ତ୍ରତା ହେଉଛି ରଥଯାତ୍ରା ପରମ୍ପରା । ତେବେ ଆଜି ମାଙ୍କ ରଥଟଣା ଆରମ୍ଭ ହେବ । ବିଶ୍ୱାସ ରହିଛି ମାଙ୍କ ରଥଯାତ୍ରା ଓ ମୁଖ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହେବ ।