ମୋରଡା ନିର୍ବାଚନମଣ୍ଡଳୀ ଶୁଳିଆପଦା ଥାନା ଅଧୀନ କୋଷ୍ଠା ନିକଟ ଜମ୍ଭିରାନଦୀ ବାଲିଘାଟରେ ରବିବାର ଚଢ଼ାଉ କରି ଏକ ଚୋରା ବାଲି ବୋଝେଇ ଟ୍ରାକ୍ଟର ଜବତ କରିବା ସହିତ ରବିବାର ଅପରାହ୍ନ ତିନିଟାରେ ପୁଲିସ ଜିମା ଦେଲା ମୟୁରଭଞ୍ଜ ଜିଲ୍ଲା ଖଣିବିଭାଗ l ଜମ୍ଭୀରା ନଦୀରୁ ବେଆଇନ ବାଲି ଉତ୍ତୋଳନ ଓ ଚୋରା ଚାଲାଣ ବାବଦରେ ବାରମ୍ବାର ଅଭିଯୋଗ ଆସିବାରୁ ମୟୁରଭଞ୍ଜ ଜିଲ୍ଲା ଖଣିବିଭାଗ ପକ୍ଷରୁ ଶୂଳିଆପଦା ପୁଲିସ ସହାୟତାରେ ଚଢାଉ କରାଯାଇଥିଲା l