ସତ୍ୟବାଦୀ: ବଳଙ୍ଗା ପୀଡ଼ିତାକୁ ନ୍ୟାୟ ପ୍ରଦାନ ଦାବିରେ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ସାମ୍ନାରେ ବିଜେଡିର ଆନ୍ଦୋଳନ, ଯୋଗଦେଲେ ଦଳର ଜିଲ୍ଲା ସଭାପତି
ବଳଙ୍ଗା ପୀଡ଼ିତାକୁ ନ୍ୟାୟ ପ୍ରଦାନ ଦାବିରେ ଆଜି ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ୟ୍ୟନ୍ତ ସତ୍ୟବାଦୀ ବିଜେଡି ପକ୍ଷରୁ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ସାମ୍ନାରେ ଟାୟାର ଜାଳି ରାସ୍ତା ଅବରୋଧ କରି ବିଜେପି ସରକାର ବିରୁଦ୍ଧରେ ନାରାବାଜି ଦିଆଯାଇଥିଲା। ଜିଲ୍ଲା ବିଜେଡି ସଭାପତି ଉମାକାନ୍ତ ସାମନ୍ତରାୟ, ବ୍ଲକ୍ ଅଧ୍ୟକ୍ଷ ସୁନିଲ ପଣ୍ଡା, ମହିଳା ସମ୍ପାଦିକା କସ୍ତୁରୀ ପ୍ରଭା ସ୍ଵାଇଁ ପ୍ରମୁଖଙ୍କ ସହ ଶତାଧିକ ଦଳୀୟ କର୍ମୀ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।