ବେଗୁନିଆ: ବେଗୁନିଆରେ ସରପଞ୍ଚଙ୍କ ନୂତନ ଗୃହ ପ୍ରତିଷ୍ଠା କାର୍ଯକ୍ରମରେ ଯୋଗଦେଲେ ବେଗୁନିଆ ବିଧାୟକ
ଆଜି ପବିତ୍ର ବାହୁଡ଼ାଯାତ୍ରା ଅବସରରେ ବେଗୁନିଆ ବ୍ଲକ ଅନ୍ତର୍ଗତ ବେଗୁନିଆ ଗ୍ରାମପଞ୍ଚାୟତ ସରପଞ୍ଚ ସତ୍ୟ ନାରାୟଣ ପ୍ରଧାନଙ୍କ ନୂତନ ଗୃହ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେଲେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ। ଏହାସହ ଗେଡିଆ ପଲ୍ଲୀ ପଞ୍ଚାୟତ ସ୍ଥିତ ଏକ ଦକ୍ଷ ପାଲା ଗାୟକ ଘନଶ୍ୟାମ ମାର୍ଥାଙ୍କ ନାତୁଣୀଙ୍କ ଶୁଭ ବିବାହ ଉତ୍ସବରେ ଯୋଗଦେଇ ଶୁଭେଚ୍ଛା ଜଣାଇବା ସହ ବୈବାହିକ ଜୀବନ ସୁଖମୟ ଓ ଆନନ୍ଦଦାୟକ ହେଉ ବୋଲି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଲି ।