ସାନ ମସିଗାଁ ନିକଟରେ ଭାରସାମ୍ୟ ହରେଇ ଦୁର୍ଘଟଣା ର ଶିକାର ହେଲେ ବାଇକ ଆରୋହୀ ଜଣେ ମୃତ ଜଣେ ଗୁରୁତର ସାନ ମସିଗାଁ ନିକଟରେ ରାସ୍ତାରେ ଏକ ବାଇକ ପଡ଼ିଥିବା ବେଳେ ଦୁଇ ଜଣ ଦୂର ରେ ଛିଟିକି ପଡିଥିବାର ଦେଖି ଅଗ୍ନିଶମ ବାହିନୀ ଏବଂ ପୋଲିସ କୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ ମଙ୍ଗଳବାର ଭୋର 4 ଟାରେ ଅଗ୍ନିଶମ ବାହିନୀର କର୍ମକର୍ତ୍ତା ପହଞ୍ଚି ଉଭୟ ଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରେଇଥିଲେ କିନ୍ତୁ ଡାକ୍ତର ଦୁଇ ଜଣ ଙ୍କ ଭିତରୁ ଜଣଙ୍କୁ ମୃତ ଘୋଷଣା କରିଛନ୍ତି ଅନ୍ୟ ଜଣେ ଗୁରୁତର ଥିବା ଜଣାପଡିଛି, ମୃତକଙ୍କ ସଠିକ ପରିଚୟ ମିଳିପାରି ନାହି