ବେତନଟୀ ଥାନା ବଡଜାମବଣି ଫାଣ୍ଡି ଅଧୀନ ବାରମାଇଲ ଉପକଣ୍ଠ କଲରାଫୁଲିଆ ଠାରେ ଚଢ଼ାଉକରି ଚୋରା ବାଲିବୋଝେଇ ଡମ୍ଫର ଏବଂ ଟିପ୍ପର ଜବତ ସମେତ ଦୁଇଜଣ ଚାଳକ ଗିରଫ ଘଟଣାରେ ଗୁରୁବାର ଅପରାହ୍ନ ଚାରିଟାରେ ଦୁଇଟି ପୃଥକ ମାମଲା ରୁଜୁକଲା ପୁଲିସ l ଚୋରାବାଲି ଚାଲାଣ ବାବଦରେ ଖବରପାଇ ବଡଜାମବଣି ଫାଣ୍ଡି ଅଧିକାରୀ ଏଏସଆଇ ଭାବଗ୍ରାହୀ ମହାନ୍ତ କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧିକାରୀ ଏଏଆଇ ସୁତାର କୁମାର ମହାନ୍ତଙ୍କ ସହିତ ମିଳିତ ଚଢାଉ କରିଥିଲେ l