ଶୁକ୍ରବାର ସଂଧ୍ୟାରେ ଅବକାରୀ ବିଭାଗ ଅଧିକ୍ଷକ ରଞ୍ଜନ କୁମାର ନାୟକଙ୍କ ନିର୍ଦ୍ଦେଶରେ ଅବକାରୀ ବିଭାଗର ଭ୍ରାମ୍ୟମାଣ ଦଳ ସଦର ଥାନା ଅଧିନସ୍ଥ ମାଡିଙ୍ଗ ଠାରେ ଚେକିଂ କରୁଥିଲେ। ଏହି ସମୟରେ ଋତିଶଗଡ ପଟରୁ ଆସୁଥିବା ଏକ କାର କୁ ଅଟକାଇ ଯାଞ୍ଚ କରିଥିଲେ। ଏହି ଯାଞ୍ଚ ସମୟରେ କାରରେ ଥିବା ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରିଥିଲେ। ଉକ୍ତ କାର ଯୋଗେ ଛତିଶଗଡ଼ ଅଞ୍ଚଳରୁ ବଲାଙ୍ଗୀର ଜିଲ୍ଲାକୁ ଏହି ନକଲି ମଦ ନିଆଯାଉଥିଲା। ଏନେଇ ଅଧିକ ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ।