ଦେବଗଡ଼ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ ଠାରେ ପ୍ରଧାନପାଟ କ୍ଲବ ପକ୍ଷରୁ ଗତ ୨୪ ତାରିଖ ଠାରୁ ଆରମ୍ଭ ହୋଇଥିବା ୭ମ ସର୍ବଭାରତୀୟ ‘ପ୍ରଧାନ୍ପାଟ୍ କପ୍’ ଫୁଟବଲ ପ୍ରତିଯୋଗିତାର ଆଜି ଚତୁର୍ଥ ଦିବସ ମ୍ୟାଚରେ ବରଗଡର ୟୁନାଇଟେଡ କ୍ଲବକୁ ୨-୧ ଗୋଲରେ ପରାସ୍ତ କରି ରାଉରକେଲା-୧୫ ଫୁଟବଲ କ୍ଲବ ବିଜୟୀ ହୋଇଛି । ଆଜିର ମ୍ୟାଚକୁ ରେଫରୀ ଭାବେ ରାଜ ମଣ୍ଡଲ , ସୁକାନ୍ତ କିସାନ, ସୌରଭ ନାୟକ ଓ ଜିତୁ ପାତ୍ର ପରିଚାଳନା କରିଥିବା ବେଳେ ହେମନ୍ତ କୁମାର ମହାପାତ୍ର ମ୍ୟାଚ୍ କମିଶନର ଦାୟିତ୍ୱ ତୁଲାଇଥିଲେ । ଭାଷ୍ୟକାର ଭାବେ ବେଣୁଧର ଗଡନାୟକ ମ୍ୟାଚର ଧାରା ବିବରଣୀ ପ୍ରଦାନ କରିଥିଲେ ।