କୋରାପୁଟ ସହର: ସ୍ଥାନୀୟ ନିଯୁକ୍ତି ସହ ପାରିପାର୍ଶ୍ବିକ ଉନ୍ନତିକରଣ ଦାବିରେ ଦାମନଯୋଡି ନାଲକୋ ବନ୍ଦ
ସ୍ଥାନୀୟ ନିଯୁକ୍ତି ସହ ପାରିପାର୍ଶ୍ବିକ ଉନ୍ନତିକରଣ ଦାବିରେ ନାଲକୋ ବନ୍ଦ । କୋରାପୁଟ ଜିଲ୍ଲାର ଦାମନଯୋଡି ନାଲକୋ ପ୍ରତିଷ୍ଠା ନିମନ୍ତେ ସମ୍ପୂର୍ଣ୍ଣ ଏବଂ ଆଂଶିକ ଭାବେ ଜମି ହରାଇଥିବା ବ୍ୟକ୍ତିଙ୍କୁ ସରକାରଙ୍କ ନିୟମ ବ୍ୟବସ୍ଥା ଅନୁଯାୟୀ ନିଯୁକ୍ତି ଦିଆ ଯାଇଥିଲା। ହେଲେ ବର୍ତ୍ତମାନ ସୁଦ୍ଧା କେତେକ ବ୍ୟକ୍ତି ନିଯୁକ୍ତି ପାଇ ନଥିବା ବେଳେ ଆଉ କେତେଜଣ ଚାକିରି ପାଇବାର ମାତ୍ର ୫-୭ ବର୍ଷ ମଧ୍ୟରେ ପ୍ରାଣ ହରାଇଥିଲେ । ତେଣୁ ମୃତ କର୍ମଚାରୀ ମାନଙ୍କ ଉତ୍ତରାଧିକାରୀଙ୍କୁ ପୁନଃ ଥଇଥାନ ଯୋଜନାରେ ପୁନର୍ବାର ଚାକିରୀ ଦେବାକୁ ନାଲକୋ କର୍ତୂପକ୍ଷଙ୍କୁ ବାରମ୍ବାର ଦାବି କରୁଥିବା କହିଛନ୍ତି।