ବଡସାହି: କେନ୍ଦୁଆ ଗ୍ରାମରେ ବେକରେ ଫାଶୀ ଦେଇ ଆତ୍ମହତ୍ୟା କଲେ ଯୁକ୍ତଦୁଇ ଛାତ୍ର, ଅପମୃତ୍ୟୁ ମାମଲା ରୁଜୁକରି ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭକଲା ପୁଲିସ
ବୈଶିଙ୍ଗା ଥାନା ଅଧୀନ କେନ୍ଦୁଆ ଗ୍ରାମରେ ସୋମବାର ଅପରାହ୍ନରେ ଘରଭିତରେ ଜନୈକ ଯୁକ୍ତ ଦୁଇ ପ୍ରଥମବର୍ଷର କଲେଜଛାତ୍ର ଫାଶୀ ଦେଇ ଆତ୍ମହତ୍ୟା କରିବା ଘଟଣାରେ ସୋମବାର ଅପରାହ୍ନ ପାଞ୍ଚଟାରେ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ କଲା ପୁଲିସ l ମୃତ ଛାତ୍ର ଜଣକ ହେଉଛନ୍ତି ବୈଶିଙ୍ଗାର ମହାତ୍ମାଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ ପ୍ରଥମବର୍ଷର ଛାତ୍ର ଜୟନ୍ତ ଗାଆଣଙ୍କ ପୁଅ ଗଣେଶ ଗାଆଣ l