କୋରାପୁଟ_ରାୟଗଡା ୩୨୬ ନଂ ଜାତୀୟ ରାଜପଥ ବାଗରା ଛକ ଠାରେ ଆଜି ଅପରାହ୍ନ ୪ଟା ସମୟରେ କୋରାପୁଟ ପରିବହନ ବିଭାଗ ଓ ପୋଲିସ ମିଳିତ ଭାବେ ଶୂନ ମୃତାହତ ପକ୍ଷ ପାଳନ ଅବସରରେ ସଡ଼କ ସୁରକ୍ଷା ନିୟମ ଯାଞ୍ଚ୍ କରିଥିଲେ। ଆଜିଠାରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ନିୟମିତ ଯାଞ୍ଚ୍ କରାଯିବା ସହ ଅମାନିଆ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ସଡକ ଦୁର୍ଘଟଣା ଜନିତ ଶୁନ ମୃତାହତ ପକ୍ଷ ପାଳନ କରାଯାଉଥିବା ସୂଚନା ଦିଆଯାଇଛି।