ନୂଆପଡା: ଚଟିଆଗୁଡା ଗ୍ରାମରେ ଝିଅ ପାଇଁ ଗଛଟିଏ, ଗର୍ଭସ୍ଥ ଶିଶୁ ପାଇଁ, ପ୍ରାଣୀ ପାଇଁ ଓ ପକ୍ଷୀ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ
ସିନାପାଲି ବ୍ଲକ ଚଟିଆଗୁଡା ଗ୍ରାମରେ ଝିଅ ପାଇଁ ଗଛଟିଏ, ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ , ପ୍ରାଣୀ ପାଇଁ ଦିନଟିଏ, ପକ୍ଷୀ ପାଇଁ ଦିନଟିଏ ଇତ୍ୟାଦି କାର୍ଯ୍ୟକ୍ରମ ଆଜି ୫ ଟା ଯାଏଁ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ମଧୁସୂଦନ ଦାଶ, ବନଖଣ୍ଡ ଅଧିକାରୀ ଅଜିଜ ଖାନ,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ସୁର୍ମି ସୋରେନ ଯୋଗଦାନ କରିଥିଲେ। ନବଜାତକ ଶିଶୁ କନ୍ୟାକୁ କୋଳରେ ଧରି ତା ଉଜ୍ଜ୍ବଳ ଭବିଷ୍ୟତ କାମନା କରି ପିତାମାତାଙ୍କୁ ଉପହାର ସହିତ ନୂତନ ବୃକ୍ଷ ଚାରା ରୋପଣ ପାଇଁ ଦେଇଥିଲେ l ୩ ଜଣ ଗର୍ଭବତୀ ମହିଳାଙ୍କୁ ବିଭିନ୍ନ ଉପହାର ପ୍ରଦାନ କରାଯାଇଥିଲା।