ବେତନଟୀ ଥାନା ଅଧୀନ ହାତୀକୋଟ, ଭଦୁଶୋଳ ଇଲାକାରେ ବିଚରଣ କରୁଥିବା ୧୫ଟିକିଆ ହାତୀପଲ ମଧ୍ୟରୁ ଗୋଟିଏ ଗୋଠଛଡା ଦନ୍ତାହାତୀ ଜନବସତିମୁହାଁ ଅଗ୍ରସର ହୋଇ ମଙ୍ଗବାର ରାତି ୧୧ଟାରେ କୋଳଥବଣି ଠାରେ ଧାନକ୍ଷେତରେ ପ୍ରବେଶକରି ବ୍ୟାପକ ଫସଲ ନଷ୍ଟ କରୁଥିବାର ଦେଖିବାକୁ ମିଳିଛି l ୧୫ଟିକିଆ ହାତୀପଲ ହାତୀକୋଟ,ଭଦୁଶୋଳ ଜଙ୍ଗଲ ଇଲାକାରେ ବିଚରଣ କରୁଥିବାରୁ ବନବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା l