ରାସଗୋବିନ୍ଦପୁର: ଗୁହାଳଡିହାରେ ଭାରସାମ୍ୟ ହରାଇ ଓଲଟିଲା ଦ୍ରୁତଗାମୀ କାର,ଝାଡଖଣ୍ଡ ଅଞ୍ଚଳର ଯୁବକମାନେ ଉଦ୍ଧାର, ଜେସିବି ସହାୟତାରେ ଦୁର୍ଘଟଣାଗ୍ରସ୍ତ କାର ଉଦ୍ଧାର
ମୋରଡା ନିର୍ବାଚନମଣ୍ଡଳୀ ତଥା ଥାନାଅଧୀନ ଗୁହାଳଡିହା ଠାରେ ରବିବାର ଏକ କାର ଭାରସାମ୍ୟ ହରାଇ ଓଲଟିପଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ସ୍ଥାନୀୟ ପୁଲିସ ପ୍ରଶାସନର ସହାୟତା ଦୀର୍ଘଘଣ୍ଟାର ଉଦ୍ୟମରେ ରବିବାର ଅପରାହ୍ନ୩ଟାରେ ଦୁର୍ଘଟଣାଗ୍ରସ୍ୟ କାରକୁ ଉଦ୍ଧାର କରାଯାଇଛି l ଝାଡଖଣ୍ଡ ଅଞ୍ଚଳର କିଛି ଯୁବକ ଜେଏଚ-୦୫ଇସି-୬୭୦୯ନମ୍ବର ବିଶିଷ୍ଟ କାରଯୋଗେ ଦିଘାରୁ ପିକନିକ ସାରି ଫେରୁଥିବାବେଳେ ଗୁହାଳଡିହା ଠାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ l