ତଲସରା: କିଞ୍ଚିରକେଲା ସ୍ଥିତ ସୁନାପଡା ଗ୍ରାମ ରେ ଆଧାର କାର୍ଡ ସଂଶୋଧନ ଶିବିର ଅନୁଷ୍ଠିତ
ବଡ଼ଗାଁ ଗ୍ରାମ ପଞ୍ଚାୟତ ଅଧିନସ୍ଥ କିଞ୍ଜିରକେଲା ସ୍ଥିତ ସୁନାପଡା ଠାରେ ସୁନ୍ଦରଗଡ଼ ପୋଷ୍ଟାଲ ବିଭାଗ ତରଫରୁ ହୋଇଥିବା ଆଧାରକାର୍ଡ ସଂଶୋଧନ ଶିବିର ରେ ଗ୍ରାମର ୪୧ ଜଣ ତ୍ରୁଟିପୁର୍ଣ ହିତାଧିକାରୀ ମାନେ ନିଜର ତ୍ରୁଟିପୁର୍ଣ ଆଧାରକାର୍ଡ ଗୁଡିକୁ ସଚେତନ ପୁର୍ବକ ସଂଶୋଧନ କରିଥିଲେ , ଏହି ଅବସରରେ ସ୍ଥାନୀୟ ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ଅମୀୟ କୁମାର ଉପସ୍ଥିତ ରହି ସ୍ଥାନୀୟ ୱାର୍ଡବାସୀ ମାନଙ୍କୁ ନିଜର ତ୍ରୁଟି ରହୁଥିବା ଆଧାରକାର୍ଡ ଗୁଡିକୁ ସୁଧାରି ନେଇ ଉପକୃତ ହେବା ପାଇଁ ପରାମର୍ଶ ଦେଇଥିଲେ ।