ଆଜି ଡିସେମ୍ବର 3 ତାରିଖ ବୁଧବାର ଅପରାହ୍ନ 4 ଟା ପାଖାପାଖି ସମୟରେ ତଳସରା ପୋଲିସ ଏହି ଅଭିଯୁକ୍ତକୁ ତଳସରା ଥାନା ଅନ୍ତର୍ଗତ ରାମପୁରରୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏକ ସଙ୍ଗୀନ ଅପରାଧରେ କୋର୍ଟ ଦ୍ଵାରା ଅଭିଯୁକ୍ତ ପ୍ରମାଣିତ ହୋଇଥିବା ଏହି ଅଭିଯୁକ୍ତ ଫେରାର ଥିଲା। ଏ ନେଇ ମାନ୍ୟବର ଅଦାଲତ ଅଭିଯୁକ୍ତ ନାମରେ G R Case No: 1311/25 ରେ NBW ଇସ୍ୟୁ କରିବା ସହ ତଳସରା ପୋଲିସ କୁ ଯେତେଶିଘ୍ର ସମ୍ଭବ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି କ୍ରମରେ ତଳସରା ପୋଲିସ ଆଜି ଅଭିଯୁକ୍ତ ପ୍ରଭାତ ଟପ୍ପୋକୁ ଗିରଫ କରି ଦଫା -331( 4)/305/3( 5) BNS ରେ କୋର୍ଟ ଚାଲାଣ କରିଛନ୍ତି।